ବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

You are currently viewing ବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ବାରଶିଙ୍ଘା ଗ୍ରାମ ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ବାଇକ(OR 19 N8302) ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବାଇକ ଚାଳକ ଆଙ୍କୁଲା ଗ୍ରାମର କାର୍ତ୍ତିକ ବିଶ୍ଵାଳଙ୍କ ପୁଅ ଶକ୍ତିକାନ୍ତ ବିଶ୍ଵାଳର ମୃତ୍ୟୁ ହୋଇଥିବା ବେଳେ ତୁରଙ୍ଗ ଗ୍ରାମର ଉପର ସାହି ତପନ ମହାନ୍ତିଙ୍କ ପୁଅ ଅର୍ଜୁନ ମହାନ୍ତି ଗୁରୁତର ହୋଇଛି। ସ୍ଥାନୀୟ ଲୋକ ମାନେ ବଅଁରପାଳ ଥାନାକୁ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ଗୁରୁତରକୁ ଅର୍ଜୁନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଘଟଣାସ୍ଥଳରେ ବଅଁରପାଳ ଥାନାଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ କୁ ବ୍ୟବଚ୍ଛେଦ ପଠାଇଛନ୍ତି। ଏଥିସହ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply