ହୃଦଘାତ ରେ ଆଖିବୁଜିଲେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର

You are currently viewing ହୃଦଘାତ ରେ ଆଖିବୁଜିଲେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିନିୟର୍ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ଆର୍‌କେଏସ୍ ମହାପାତ୍ରଙ୍କ ବୁଧବାର ବଡି ଭୋର୍ ସମୟରେ ପରଲୋକ ଘଟିଛି।ସକାଳୁ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମିଶ୍ରପଡ଼ା ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡା ମହାପାତ୍ରଙ୍କ ପରଲୋକ ଘଟିଥିଲା। ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି ବୋଲି କୁହାଯାଉଛି। ଏହାପରେ ମର ଶରୀରକୁ ସିମିଲିପଡ଼ା ସ୍ଥିତ ଘରକୁ ନିଆ ଯାଇଥିଲା। ସେଠାରେ ରାଜ୍ୟ ଓମସା ସାଧାରଣ ସମ୍ପାଦକ ଡା ବିଶ୍ୱଜିତ୍ ସାମଲ, ସିଡିଏମ୍ଓ ଡା ତ୍ରିଲୋଚନ ପ୍ରଧାନ, ଆଇଏମ୍ଏ ସଦସ୍ୟ ଡା ପ୍ରଭାତ ପଣ୍ଡା, ଡା ବିଛନ୍ଦ ଚରଣ ପ୍ରଧାନ ଓ ଅନ୍ୟ ବହୁ ସହଯୋଗୀ ପହଞ୍ଚି ଶୋକ ବ୍ୟକ୍ତ କରିବା ସହ ଅନ୍ତିମ ଦର୍ଶନ କରିଥିଲେ। ଅପରାହ୍ନରେ ଡା ମହାପାତ୍ରଙ୍କ ମର ଶରୀରକୁ ଅନୁଗୁଳ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହାପରେ ମର ଶରୀରକୁ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ ପୈତୃକ ଗାଁ କୁ ନିଆଯାଇଥିଲା।ଜଣେ ବିଶେଷଜ୍ଞ ଡାକ୍ତର ଭାବେ ଡା ମହାପାତ୍ର ଅନୁଗୁଳ, ଆଠମଲ୍ଲିକ, ପିଟିଶି ଆଦି ଡାକ୍ତରଖାନରେ କାମକରି ବେଶ୍ ପ୍ରଶଂସିତ ହୋଇ ପାରିଥିଲେ।

Share

Leave a Reply