ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା ନେଇ ଡ଼ା. ଦାଶ ଚର୍ଚ୍ଚାରେ ରହିଥିଲେ। ଅନ୍ୟପକ୍ଷରେ ଅନୁଗୁଳ ହୁଲୁରିସିଙ୍ଗାର ବାସିନ୍ଦା ଡ଼ା. ପ୍ରଧାନ ବିଗତ ଦିନରେ ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାରସହ କାର୍ଯ୍ୟ କରିସାରିଛନ୍ତି । କରୋନା କାଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଯୋଗଦାନ କୋଭିଡ୍ ପରିଚାଳନାରେ ସୁଧାର ଆଣିବା ବୋଲି ଆସ ପ୍ରକଟ କରଯାଇଛି।
ଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ
- Post published:May 26, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
