ତେଲ ଟାଙ୍କିରେ ଶୁଖୁଆ ଚୋରି !!

You are currently viewing ତେଲ ଟାଙ୍କିରେ ଶୁଖୁଆ ଚୋରି !!

ଅନୁଗୁଳ: ଚୋରି କରିବା ପାଇଁ ନିଛାଟିଆ ଜାଗା କି ଅନ୍ଧାର ରାତି ଆବଶ୍ୟକ ନାହିଁ।ଚୋରି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ହୋଇ ପାରେ। ଚୋରି ମନବୃତ୍ତି ଥିଲେ ଚୋରି ସମ୍ଭବ ହୋଇଥାଏ।

ଆଜି ସନ୍ଧ୍ୟାରେ ରାଜ ହୋଟେଲ ପାଖ ଏକ ତେଲ ଟାଙ୍କିରେ ଏଭଳି ଏକ ଚୋରି ଘଟଣା ଶୁଣି ଆପଣ ଶୁଣି ହସି ହସି ବେଦମ୍ ହୋଇଯିବେ। ସମୟ ସନ୍ଧ୍ୟା ୬.୪୫ । ଜଣେ ଶୁଖୁଆ ବେପାରୀ ତାର ଲୁନା ଧରି ତେଲ ପକାଇବାକୁ ଲାଇନରେ ଅଛି । ତା ପଛରେ ଜଣେ ସାଇକଲ ଆରୋହୀ ବ୍ୟାଗ୍ ଓ ବୋତଲ ଧରି ତେଲ ନେବା ପାଇଁ ଠିଆ ହୋଇଛି। ଲୁନା ଗାଡିରେ ତେଲ ପଡ଼ିଲା ବେଳେ ସେ ସେଲସ ମ୍ୟାନ ସହ ଗପୁଛି। ପଛ ଲୋକଟି ଶୁଖୁଆ ବାସ୍ନାରେ ଆଉଟି ପାଉଟି ହେଲାଣି। ଆଉ ସମ୍ଭାଳି ନପାରି ସେ ଶୁଖୁଆ ଝୁଡ଼ିରୁ ଗୋଟାକ ପରେ ଗୋଟେ ଶୁଖୁଆ ଆଣି ତାର ବ୍ୟାଗରେ ପୁରେଇ ଚାଲିଛି। ଲୁନା ବାଲା ତେଲ ପକାଇବା ଭିତରେ ପ୍ରାୟ କିଲେ ଶୁଖୁଆ ଗାଏବ ହେଲାଣି ତାକୁ ମାଲୂମ ନାହିଁ।ଆଉ ଜଣେ ସେଲସ ମ୍ୟାନ ଏସବୁ ଦେଖୁଥିଲେ ମଧ୍ୟ ଲୁନା ବାଲାକୁ କିଛି ଜଣାଇଲା ନାହିଁ। କାରଣ ସେଠି ଗଣ୍ଡଗୋଳ ହୋଇଯାଇ ପାରେ। ଶେଷରେ ଶୁଖୁଆ ଚୋର ସନ୍ତୁଷ୍ଟ ମନରେ ଘରକୁ ଯାଉଥିବା ବେଳେ ସବୁ କଥା ସିଶିଟିଭି ରେ କଏଦ୍ ହୋଇଛି।

Share

Leave a Reply