ନାଲକୋ ନଗର: ନାଲକୋ ଦ୍ଵାରା ପ୍ରଭାବିତ ତଥା ପାରିପାର୍ଶ୍ଵିକ ଗ୍ରାମକୁ ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଚିହ୍ନିତ ବଅଁରପାଳ ବ୍ଲକ, ଅନୁଗୁଳ ବ୍ଲକ ଓ ଛେଣ୍ଡିପଦା ବ୍ଲକର ସମୁଦାୟ ୧୭ଟି ଜଳକ୍ଳିଷ୍ଟ ଗ୍ରାମକୁ ନାଲକୋ (ଏସ.ଏଣ୍ଡ.ପି)ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି।
ନାଲକୋ ସିପିପି ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ବିଡିଓ ଏଲିଜା ମିଶ୍ର, ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଜିଜିଏମ ଓ.ଆଣ୍ଡ. ଏମ ମନୋରଞ୍ଜନ ଆଚାର୍ଯ୍ୟ, ଜିଜିଏମ ଏଚଆରଡି ଚନ୍ଦ୍ରମୋହନ ମହନ୍ତ ଓ ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ସିଏସଆର ବିଭାଗର ମୁଖ୍ୟ ରାଜାରାମ ମିଶ୍ର, ଜନସମ୍ପର୍କ ଅଧିକାରୀ ସମୀର ମାଝୀ, ଶିବାନନ୍ଦ ସାହୁ ଉପସ୍ଥିତ ଥିଲେ।











