ମଦ ପିଇ ଗାଡ଼ି ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ, ବାଇକ ଜବତ

You are currently viewing ମଦ ପିଇ ଗାଡ଼ି ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ:  ଜଣେ ଗିରଫ, ବାଇକ ଜବତ

ବଇଣ୍ଡା: ସ୍ଥାନୀୟ ବାମୁର ଅଞ୍ଚଳରେ ଶନିବାର ଦିନ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ କିଶୋରନଗର ଥାନା ପୋଲିସ ଦୋହଲି ଗ୍ରାମର ସନ୍ତୋଷ ସାହୁଙ୍କୁ ଗିରଫ କରିବା ସହ ତାଙ୍କ ବାଇକ ଜବତ କରିଛି। ଏନେଇ କେସ ନମ୍ବର ୨୧୨/୨୩ ରେ ଏକ ମାମଲା ରୁଜୁ କରି ସନ୍ତୋଷଙ୍କୁ ଆଠମଲ୍ଲିକ କୋର୍ଟ ଚାଲାଣ କରାଯାଇଛି।

କିଶୋରନଗର ଆଇଆଇସି ସଂଗୀତା ମହାପାତ୍ର କହିଛନ୍ତି, ବାମୁର ଅଞ୍ଚଳରେ ଗାଡ଼ି ମଟର ଯାଞ୍ଚ କରାଯାଉଥିବା ବେଳେ ସନ୍ତୋଷଙ୍କୁ ମଦ ପିଇ ଗାଡି ଚଳାଉଥିବା ଅବସ୍ଥାରେ ଗିରଫ କରାଯାଇଛି।

Share

Leave a Reply