ଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

You are currently viewing ଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

ପାଳଲହଡ଼ା: ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ସ୍ଵେଚ୍ଛାସେବୀ ସେବା ସଂଗଠନର ସଦସ୍ୟଙ୍କ ସହାୟତାରେ ପାଳଲହଡା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ଅଭିଯୁକ୍ତ ଚଲେଇ ଚଲେଇ ଗୋରୁ ଚାଲାଣ କରୁଥିଲେ।

ସୂଚନା ମୁତାବକ, ୨ ଗୋ-ଚାଲାଣକାରୀ ପାଳଲହଡ଼ା ଥାନା ବନ୍ଧାଭୂଇଁ ପଞ୍ଚାୟତ ଇତୀ ଗାଁ ରାସ୍ତାରେ ୪୫ ଟି ଗୋରୁଙ୍କୁ ଚଲେଇ ଚଲେଇ ନେଉଥିବା କିଛି ସ୍ଵେଚ୍ଛାସେବୀ ଦେଖି ପୋଲିସକୁ ଖବର ଦେଇଥିଲେ। ପାଳଲହଡା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଉଭୟଙ୍କୁ ଅଟକ ରଖିଛି। ଅଟକ ଦ୍ବୟ ହେଉଛନ୍ତି କେନ୍ଦୁଝର ଜିଲ୍ଲା କଇଣ୍ଡା ତୁରୁମୁଙ୍ଗା ଅଞ୍ଚଳର ଅଭିମନ୍ୟୁ ସାହୁ ଏବଂ ଚମ୍ପୁଆ ଅଞ୍ଚଳର ଗୋଲକ ବିହାରୀ ଗିରି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ପରାଓ ଟୁଡୁ କହିଛନ୍ତି।

Share

Leave a Reply