ଚେନ୍ନାଇରେ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଅନୁଗୁଳର ଯୁବ ଇଞ୍ଜିନିୟର ଦୁଷ୍ମନ୍ତ ବେହେରା

0

ଅନୁଗୁଳ : ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି। ଚେନ୍ନାଇର ଚେନ୍ନାଇ ଗେଟ୍ ୱେ ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ଉପାଧି ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଖଲାରୀ ଗ୍ରାମର ଦୁଷ୍ମନ୍ତ ବେହେରାଙ୍କୁ ମଧ୍ୟ ଡକ୍ଟରେଟ ଉପାଧି ମିଳିଛି। ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖାର ଯୁବ ସଭାପତି ଦୁଷ୍ମନ୍ତ ବେହେରାଙ୍କୁ ଏ ଅବସରରେ ଫ୍ୟୁଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ସିଭିଲ ଇଞ୍ଜିନିୟରିଂର ଜ୍ଞାନ କୌଶଳକୁ ଉପଯୋଗ କରି ବର୍ଷା ପାଣି ସଂରକ୍ଷଣ କରି ଦୁଷ୍ମନ୍ତ ୩୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ କରିଛନ୍ତି। ଫଳରେ କେବିକେ ଅଞ୍ଚଳର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏହି ସମାଜସେବା ପାଇଁ ତାଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି।

କାର୍ଯ୍ୟକ୍ରମରେ ତାମିଲ ୟୁନିଭର୍ସିଟିର ଚାନ୍ସେଲର ଡଃ ଏମ୍ ପାଣ୍ଡିଆ ରାଜନ, ମଦୁରାଇ କାମରାଜୁ ୟୁନିଭର୍ସିଟିର ଅଧ୍ୟକ୍ଷ ଡଃ ଆର ସୋଲାଇମଲାଇ, ଚେନ୍ନାଇର ଜିଲ୍ଲା ଜଜ୍ ଡଃ ଏକେଏନ୍ ଭାଇଥାଇୟାନାଥମ୍ ଓ ୟୁନିଭର୍ସାଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଅଧ୍ୟକ୍ଷ ଡଃ ବାବୁ ବାଲକୃଷ୍ଣା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସମ୍ମାନିତ କରିଥିଲେ।

Leave A Reply

Your email address will not be published.

error: Content is protected !!