ଅନୁଗୁଳରେ ଦୁର୍ଗା-ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୋଲିସ ପ୍ରଶାସନ ଓ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ବୈଠକ

You are currently viewing ଅନୁଗୁଳରେ ଦୁର୍ଗା-ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୋଲିସ ପ୍ରଶାସନ ଓ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ବୈଠକ

ଅନୁଗୁଳ: ଦୁର୍ଗା ଏବଂ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ଵରେ ପୋଲିସ ପ୍ରଶାସନ ଓ ସେଣ୍ଟ୍ରାଲ ପୂଜା କମିଟି ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି।

ସୂଚନା ମୁତାବକ, ଆଗକୁ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ଆସୁଛି। ଏହି ଦୁଇଟି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଆଜିର ବୈଠକ ହୋଇଥିଲା। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି ଅକ୍ଷୟ ପଣ୍ଡା, ଏସଡିପିଓ ରମାକାନ୍ତ ମହାଳିକ, ଅନୁଗୁଳ ଆଇଆଇସି ଧୀରେଶ କୁମାର ଦାସ, ବଅଁରପାଳ ଆଇଆଇସି ନିରୁପମା ଜେନା, ନାଲକୋ ଆଇଆଇସି ପ୍ରଦୀପ ମହନ୍ତ ପ୍ରମୁଖ ଅନ୍ୟ ଅଧିକାରୀଙ୍କ ସମେତ ସେଣ୍ଟ୍ରାଲ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply