ରେଳ ବିଭାଗରେ ଖାଲି ପଡିଥିବା ୩ ଲକ୍ଷ ପଦବୀ ପୂରଣ ସହ ଅନ୍ୟାନ୍ୟ ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଅନୁଗୁଳ ଷ୍ଟେସନ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ

You are currently viewing ରେଳ ବିଭାଗରେ ଖାଲି ପଡିଥିବା ୩ ଲକ୍ଷ ପଦବୀ ପୂରଣ ସହ ଅନ୍ୟାନ୍ୟ ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଅନୁଗୁଳ ଷ୍ଟେସନ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ରେଳ ବିଭାଗରେ ଖାଲି ପଡ଼ିଥିବା ୩ ଲକ୍ଷ ପଦବୀକୁ ଅବିଳମ୍ବେ ପୂରଣ କରିବା ସହ ଅନ୍ୟାନ୍ୟ ଦାବି ପୂରଣ ଲାଗି ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟେସନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅନୁଗୁଳ ରେଳ ଷ୍ଟେସନ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଦାବିଗୁଡ଼ିକ ମଧ୍ୟରେ ସାଧାରଣ ଓ ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ବଗି ସଂଖ୍ୟା ଆବଶ୍ୟକ ସ୍ଥଳେ ବୃଦ୍ଧି କରିବା, ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ବ୍ୟାପକ ସାଧାରଣ ବଗି ଥିବା ରେଳଗାଡି ଚଳାଚଳ ମାଧ୍ୟମରେ ଦେଶର ବଡ଼ ବଡ଼ ସହର ଗୁଡିକୁ ସଂଯୋଗ କରିବା, ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଥିବା ୫୦% ରିହାତିକୁ ପୁନଃ ଚାଲୁ କରିବା, ଟିକେଟ୍ ବାତିଲ୍ ପାଇଁ ଅତ୍ୟଧିକ ଫି ଆଦାୟ ବନ୍ଦ କରିବା, ଅନୁଗୁଳ-ପୁରୀ ମେମୁ ଟ୍ରେନକୁ ବାମୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା, ବଇଣ୍ଡା ଷ୍ଟେସନରେ ସମସ୍ତ ଦ୍ରୁତଗାମୀ ଟ୍ରେନର ରହଣୀ ଆଦି ରହିଛି। ଗଣତାନ୍ତ୍ରିକ ଯୁବ ସଂଗଠନ (ଏ.ଆଇ.ଡି.ୱାଇ.ଓ.) ଆହ୍ବାନରେ ସାରା ଭାରତ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ଏହି ଦାବି ପତ୍ର ଦିଆଯାଇଥିଲା।

ଏହି ପ୍ରତିନିଧି ଦଳରେ ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ, ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ଉପସଭାନେତ୍ରୀ ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ସୋରେନ୍ ସାହୁ, ଅନିଲ୍ ନାଏକଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Share

Leave a Reply