ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଆରଏନ ଶୁନକର ଏକ ପ୍ରତିନିଧୀ ଦଳସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର ଲୋଡିଂ ଏବଂ ଅନଲୋଡିଂ, ଆଭ୍ୟନ୍ତରୀଣ ରେଳ ଟ୍ରାକ୍, ଡମ୍ପିଂ ସାଇଟ୍, ଆଗାମୀ ଟ୍ରାକ୍ ପାଇଁ ସମ୍ପ୍ରସାରଣ ଯୋଜନା ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିଥିଲେ। ଏଥିସହ ଜେଏସପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝାଙ୍କସହ ସାକ୍ଷାତ କରିଥିଲେ।
ଜେଏସପିର ସିଇଓ(ଇସ୍ପାତ ବ୍ୟବସାୟ) ଦୀନେଶ କୁମାର ସରୋଗୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଲଜିଷ୍ଟିକ୍) ଘନଶ୍ୟାମ ସିଂ, ମୁଖ୍ୟ ଲଜିଷ୍ଟିକ୍ ଅଧିକାରୀ ଅନୀମେଶ ଗୁପ୍ତା ଏବଂ ଜେଏସପିର ଅନ୍ୟ ଅଧିକାରୀମାନେ ପ୍ରତିନିଧୀ ଦଳଙ୍କସହ ରହି ସେମାନଙ୍କୁ ପ୍ରକଳ୍ପର ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ।
ଏହି ଅବସରରେ ଜେଏସପିର ସିଇଓ(ଇସ୍ପାତ ବ୍ୟବସାୟ) ଶ୍ରୀ ସରୋଗୀ ଆବଶ୍ୟକ ସମୟରେ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିବାରୁ ଭାରତୀୟ ରେଳବାଇକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ଭାରତୀୟ ରେଳବାଇ ଏକ ପ୍ଲାଟିନମ୍ ଗ୍ରାହକ ଭାବରେ ଆମର ଉତ୍ପାଦନ କ୍ଷମତା ବୃଦ୍ଧି କରି ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ସମର୍ଥନ ସର୍ବଦା ଆମ ପ୍ରତି ରହିବ ବୋଲି ସେ ଆଶା କରିଛନ୍ତି।
ଏହି ପ୍ରତିନିଧି ଦଳରେ ଜିଏମ୍ଙ୍କ ସଚିବ ବିଶ୍ୱଜିତ୍ ଭୋଇ, ଡିଆରଏମ୍ ଖୋର୍ଦ୍ଧ। ଋଙ୍କେଶ ରୟ, ପିସିଓଏମ ୱ।ଇଏନ ବାବୁ, ପିସିଇ ଏନ ସୁଇକି, ପିସିସିଏମ ବି ନାଗିଆ, ଡେପୁଟି ଇସି ଶ୍ରୀ ପାରିଡା, ସିନିୟର ଡିଓଏମ ଖୋର୍ଦ୍ଧ। କେ ସନ୍ଦୀପ, ସିନିୟର ଡିସିଏମ ଅମିତେଶ ଆନନ୍ଦ, ସିନିୟର ଡିଇଏନ ସମନ୍ୱୟ ବିଜୟ ଯାଦବ ଏବଂ ସିନିୟର ଡିଇ ଏନ ସେଣ୍ଟ୍ରାଲ୍ ପି ନାଗୱାନି ପ୍ରମୁଖ ସାମିଲ ହୋଇଥିଲେ।