ଅନୁଗୁଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଇନଡୋର ଷ୍ଟାଡିୟମଠାରେ ୨ଦିନିଆ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାକେଶ ରଞ୍ଜନ ବେହେରା ଯୋଗ ଦେଇ କ୍ରୀଡାବିତଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ କବାଡ଼ି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ମେରା ଯୁବା ଭାରତର ସହ ସଂଯୋଜକ ତପନ କୁମାର ସାମଲ, ଉତ୍କର୍ଷ ପରିବାରର ଭୀଷ୍ମ ସାହୁ, ଅନୁଗୁଳ ଲାଇଟ୍ ହାଉସର ସହକର୍ମୀ ହୋମଦ୍ୟୁତି ବେହେରାଙ୍କ ସମେତ କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ଧନ୍ୟବାଦ ଅର୍ପଣ କରିଥିଲେ।


