ସାନଭାଇ ଠେଙ୍ଗା ମାଡ଼ରେ ବଡ଼ଭାଇ ଆହତ

You are currently viewing ସାନଭାଇ ଠେଙ୍ଗା ମାଡ଼ରେ ବଡ଼ଭାଇ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପିପଳବାହାଳ ଗାଁରେ ସାନଭାଇର ଠେଙ୍ଗାମାଡ଼ରେ ବଡ଼ଭାଇ ଆହତ ହୋଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳେ ଗାଁର ପ୍ରମୋଦ କୁମାର ବେହେରାଙ୍କ ସ୍ତ୍ରୀ କୂଅକୁ ପାଣି ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରମୋଦଙ୍କ ସାନଭାଇ କୁମୁଦ ଅଶାଳିନ ମନ୍ତବ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ୨ ଭାଇ କୁମୁଦ ଓ ପ୍ରମୋଦଙ୍କ ମଧ୍ୟରେ ପାଟି ଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସାନଭାଇ କୁମୁଦ ଏକ ଠେଙ୍ଗାରେ ପ୍ରମୋଦଙ୍କୁ ଆକ୍ରମଣ କରିଥିଲା। ଫଳରେ ପ୍ରମୋଦଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ ଆଘାତ ଲାଗିଥିଲା। ଏ ନେଇ ପ୍ରମୋଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଶନିବାର କୁମୁଦଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply