ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ତାଲିମ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭା ଗୃହରେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ବ୍ଳକର ସମସ୍ତ ପଞ୍ଚାୟତର ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ତାଲିମ ସଭା ମାଧ୍ୟମରେ ଦିଆଯାଇଛି। ମଙ୍ଗବାର ୪ଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା। ଛେଣ୍ଡିପଦା ବ୍ଳକ ପଞ୍ଚାୟତ ଅଧିକାରୀ ଏସ ନୈବେଦ୍ୟ ଲଲାଟେନ୍ଦୁ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତାଲିମ ଦେଇଥିଲେ। ଏଥିରେ ଜିଲାପରିଷଦ, ସରପଞ୍ଚ ଓ ସମିସିସଭ୍ୟ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଥିଲା। ତାଲିମରେ ପ୍ରାର୍ଥୀମାନଙ୍କୁ ଦୈନନ୍ଦିନ ଖର୍ଚ୍ଚ, ଜିଏସଟି ଭାଉଚର, ଡାକବାଜି ଯନ୍ତ୍ର ଓ ଗାଡିର ବ୍ୟବହାର ଇତ୍ୟାଦି ଉପରେ ସବିଶେଷ ତଥ୍ୟ ଉପରେ ଜଣାଇ ଦିଆଯାଇଥିଲା। ଜିଲା ପରିଷଦ ପ୍ରାର୍ଥୀ ୫ଟି ୪ଚକିଆ ଗାଡ଼ି ଓ ୧୦ଟି ମଟରସାଇକଲ ଏବଂ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ୨ଟି ୪ଚକିଆ ଗାଡ଼ି ଓ ୫ଟି ମଟରସାଇକଲ ବ୍ୟବହରା କରିବା ଉପରେ ଜଣାଇ ଦିଆଯାଇଥିଲା। ସେହି ଗାଡି ଭିତରେ ପ୍ରଚାର ଗାଡି ରହିବ । ଡାକବାଜି ଯନ୍ତ୍ର ପାଇଁ ଅନୁଗୋଳ ଉପଜିଲାପାଳଙ୍କଠାରୁ ଅନୁମତି ଆଣିବାକୁ ପଡିବ । ଏହାବ୍ୟତିତ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!