ଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

You are currently viewing ଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

ଅନୁଗୁଳ: ଅନୁଗୁଳ ମାଟିଆସାହିସ୍ଥିତ ଓପିଟିସିଏଲ୍ କାର୍ଯ୍ୟାଳୟ ନିକଟରୁ ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଯାଇଛି। ୧୩ ମିଟର ଲମ୍ବ ବିଶିଷ୍ଟ ୮ଟି ବିଦ୍ୟୁତ୍ ଖୁଣ୍ଟ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଠିକାସଂସ୍ଥା କୋର ଏନର୍ଜି ସିଷ୍ଟମ ପ୍ରାଇଭେଟ ଲିମିଟେଡ୍‌ର ବରିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସ୍ବାଇଁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ନିମନ୍ତେ ଏହି ଖୁଣ୍ଟସବୁ କାର୍ଯ୍ୟାଳୟ ନିକଟରେ ଜମା କରାଯାଇଥିଲା। ତେବେ ଗତ ୨୬ ତାରିଖ କେହି ଦୁର୍ବୃତ୍ତ ଜମା ହୋଇଥିବା ଖୁଣ୍ଟଗୁଡ଼ିକ ମଧ୍ୟରୁ ୮ଟିକୁ ଉଠାଇ ନେଇଛନ୍ତି। ଶୁକ୍ରବାର ଶ୍ରୀ ସ୍ୱାଇଁ ଚୋରି ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଥାନାରେ ଲିଖିତ ଅଭଯୋଗ ପରେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Share

Leave a Reply