ଜଙ୍ଗଲରେ ‘ବିଦ୍ୟୁତ ଫାଶ’ ଜବତ, ଶିକାର ରୋକିବାକୁ ବିଦ୍ୟୁତ ବିଭାଗର ଚଢ଼ାଉ

You are currently viewing ଜଙ୍ଗଲରେ ‘ବିଦ୍ୟୁତ ଫାଶ’ ଜବତ, ଶିକାର ରୋକିବାକୁ ବିଦ୍ୟୁତ ବିଭାଗର ଚଢ଼ାଉ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଧଣ୍ଡାତୋପା ରେଞ୍ଜର ଝିଲ୍ଲୀମୁଣ୍ଡା ଓ ମନ୍ଦରବାହାଳ ଜଙ୍ଗଲରେ ବିଦ୍ୟୁତ ସାହାଯ୍ୟରେ ଜନ୍ତୁ ଶିକାର ବଢ଼ିବା ପରେ ମଙ୍ଗଳବାର ଭୋର ୪ଟାରେ ବଇଣ୍ଡା ବିଦ୍ୟୁତ ବିଭାଗ ଦଳ ଚଢ଼ାଉ କରି ବିଛାଇଥିବା ବିଦ୍ୟୁତ ଫାଶ ଜବତ କରିଛି। ୧୧ କେଭି ଲାଇନରୁ ହୁକ ପକାଇ ଶିକାର ହେଉଥିବାରୁ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ବଢ଼ିଥିଲା। ଶିକାରୀମାନେ ପୂର୍ବରୁ ଜନ୍ତୁକୁ ନେଇ ପଳାଇଥିବା ଆଶଙ୍କା ରହିଛି। ଯଦିଓ କାହାକୁ ଗିରଫ କରାଯାଇନାହିଁ, ବିଦ୍ୟୁତ ବିଭାଗ ତାର ଓ ବାଉଁଶ ଜବତ କରିଛି। ଲୋକମାନେ ବେଆଇନ୍ ଜନ୍ତୁ ଶିକାର ଏବଂ ବିଦ୍ୟୁତ ବିଭ୍ରାଟ ପ୍ରତି ଅସନ୍ତୋଷ ଜଣାଇଛନ୍ତି।

Share

Leave a Reply