ଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

You are currently viewing ଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳର ପରା ସଂରକ୍ଷିତ ଜଙ୍ଗଲର ମାଙ୍କରକନ୍ଦା ନାଳରୁ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ଘଟଣାରେ ଜଣେ ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ହାତୀ ଦାନ୍ତ ଚୋରି ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଗତ ଜୁନ ୨୮ତାରିଖରେ ଜରପଡା ବନାଞ୍ଚଳ ହାତୀ ସ୍କ୍ୱାର୍ଡ ଜଙ୍ଗଲରେ ପାଟ୍ରୋଲିଂ ବେଳେ ମକରକନ୍ଦା ନାଳର ପାଣି ଚହଲାରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ଦେହଟି ସମ୍ପୂର୍ଣ୍ଣ ପଚିସଢ଼ି ଯାଇଥିବା ବେଳେ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିଲା। ତେବେ ଦନ୍ତା ହାତୀଟିର ଦାନ୍ତ ଚୋରି ହୋଇଥିବା ନେଇ ତଦନ୍ତ ବେଳେ ବନବିଭାଗ ଜାଣିବାକୁ ପାଇଥିଲା। ଅନୁଗୁଳ ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଦଳ ଏହାର ତଦନ୍ତ କରିଥିଲା। ଡିଏଫଓ ନୀତିଶ କୁମାର ପରା ବିଟର ଫରେଷ୍ଟର ଦୀନବନ୍ଧୁ ନାୟକ ଓ ଫରେଷ୍ଟ ଗାର୍ଡ ମନୋଜ ନାଏକଙ୍କୁ ନିଳମ୍ବିତ କରିଛନ୍ତି।

ଅନ୍ୟପଟେ ବନ ବିଭାଗର କର୍ମଚାରୀ ମାନେ ସାଦା ପୋଷାକରେ ନିକଟସ୍ଥ ଗ୍ରାମ ରୋଡସିଙ୍ଗା ଗ୍ରାମର ରୋହିତ ବେହେରାଙ୍କ ଠାରୁ ୧ହଜାର ଟଙ୍କାରେ ମୁଲଚାଲ କରି ଦାନ୍ତ ଦୁଇଟିକୁ ଜବତ କରିଥିଲେ। କିନ୍ତୁ ସେତେବେଳେ ସେ ଫେରାର ହୋଇଯାଇଥିବା ବେଳେ ପରେ ତାକୁ ଗିରଫ କରାଯାଇଛି।

Share

Leave a Reply