ପାଳଲହଡ଼ା ଦନ୍ତା ହାତୀ ମୃତ୍ୟୁ ଘଟଣା, ୨ ଗିରଫ

You are currently viewing ପାଳଲହଡ଼ା ଦନ୍ତା ହାତୀ ମୃତ୍ୟୁ ଘଟଣା, ୨ ଗିରଫ

ଅନୁଗୁଳ: ମଙ୍ଗଳବାର ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ସଇଡା ଗ୍ରାମ ନିକଟରେ ଥିବା ଏକ ନାଳରୁ ଦନ୍ତା ହାତୀର ମୃତ ଦେହ ମିଳିବା ଘଟଣାରେ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ।

ବନ ବିଭାଗର ସୂଚନା ମୁତାବକ, ଦନ୍ତା ହାତୀର ମୃତ୍ୟୁ ବିଦ୍ୟୁତ ଆଘାତରେ ଘଟିଥିଲା। ତଦନ୍ତ ପରେ ସଇଡା ଗ୍ରାମର ବାପ ପୁଅଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିଜୁ କେରାଇ(୫୮) ଓ ତାଙ୍କ ପୁଅ ଗୁରୁଚରଣ କେରାଇ(୨୫)। ପଚରାଉଚରା ବେଳେ ଦୁହେଁ ସ୍ୱୀକାର କରିଥିଲେ ଯେ ଫସଲକୁ ସୁରକ୍ଷା ଦେବା ପାଇଁ ସେମାନେ ରାତିରେ ବିଦ୍ୟୁତ ତାର ବିଛାଇ ଥିଲେ। ଉକ୍ତ ତାର ସଂସ୍ପର୍ଶ ରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଛି।
ବନ ବିଭାଗ ତାଙ୍କ ନିକଟରୁ କିଛି ବିଦ୍ୟୁତ ଉପକରଣ ଓ ତାର ଜବତ କରିବା ସହ ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ହାତୀର ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପୂରା ଘଟଣା ସାମ୍ନାକୁ ଆସିବ ବୋଲି ବନ ଅଧିକାରୀ କହିଛନ୍ତି।

Share

Leave a Reply