ହାତୀ ଉତ୍ପାତରେ ଭୟଭୀତ ବେନ୍ତପୁର ଗ୍ରାମବାସୀ; ସୁରକ୍ଷା ପାଇଁ ଗାଁ ଚାରିପାଖେ ଜାଳିଲେ ନିଆଁ

You are currently viewing ହାତୀ ଉତ୍ପାତରେ ଭୟଭୀତ ବେନ୍ତପୁର ଗ୍ରାମବାସୀ; ସୁରକ୍ଷା ପାଇଁ ଗାଁ ଚାରିପାଖେ ଜାଳିଲେ ନିଆଁ

ଅନୁଗୁଳ: ବେନ୍ତପୁର ଗାଁରେ ହାତୀ ଉତ୍ପାତ ବଢ଼ିଛି। ଦୀର୍ଘ ୨ ମାସର ବ୍ୟବଧାନ ପରେ ପୁଣି ଥରେ ୮୦ଟିକିଆ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରେ ପଶି ଧନସମ୍ପତି ନଷ୍ଟ କରୁଛନ୍ତି। ସେପଟେ ହାତୀ ଭୟରୁ ବଞ୍ଚିବା ପାଇଁ ଗ୍ରାମବାସୀ ଗାଁ ଚାରିପାଖେ ନିଆଁ ଜାଳିଛନ୍ତି। ଗାଁ ନିକଟରେ ଥିବା ବିଲ ଗୁଡିକରେ ବର୍ଷକର ଧାନ ଅମଳ ପରେ ଯେଉଁ ପାଳ ପଡିରହିଥିଲା, ସେଗୁଡିକୁ ନିଆଁ ଲଗାଇ ଦେଇଥିବା ଦେଖାଯାଇଛି।

ତେବେ ଗ୍ରାମର ଚର୍ତୁପାର୍ଶ୍ଵରେ ନିଆଁ ଜଳୁଥିବା ବେଳେ ହାତୀ ନିଆଁକୁ ଦେଖି ଅଧିକ ଉତ୍ପାତ ଆରମ୍ଭ କରିଥିବା ଜଣାପଡ଼ିଛି।
ଏହି ହାତୀ ଉତ୍ପାତ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ହାତୀ ଫସଲ ନଷ୍ଟ କରିବା ସହ ଘରେ ପଶି ଧନସମ୍ପତି ନଷ୍ଟ କରୁଛନ୍ତି। ପ୍ରତି ସନ୍ଧ୍ୟାରେ ଗାଁ ନିକଟ ପଦ୍ମପାଦ ମଠ ନିକଟରୁ ବାହାରି ହାତୀପଲ ଭେରୁଗୋଠା ସାହି ଅଞ୍ଚଳରେ ପଶି ଆତଙ୍କ ଖେଳାଉଛନ୍ତି। ଅନୁଗୁଳ ଜିଲ୍ଲାରେ ହାତୀ ଉତ୍ପାତ ଏକ ସାଧାରଣ ସମସ୍ୟା ହୋଇଯାଇଛି।

Share

Leave a Reply