ତାଳଚେର: ତାଳଚେର ଏସ୍.ଡି.ଜେ.ଏମ୍. କୋର୍ଟର କ୍ୟାଡର ଏପିପି ରଞ୍ଜିତା ସ୍ୱାଇଁ ନିଜ ୫ ବର୍ଷ ଚାକିରି କାଳ ମଧ୍ୟରେ ବରିଷ୍ଠ ଆଇନଜୀବୀ ଏବଂ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏଣୁ ତାଙ୍କୁ ବିରୋଧ କରି ଗତ ଜୁଲାଇ ୨୦ରୁ ଓକିଲମାନେ କୋର୍ଟ କାର୍ଯ୍ୟରୁ ନିବୃତ ରହିଛନ୍ତି।
ଆଜି ଏହି ମାମଲାର ସମାଧାନ ପାଇଁ ମଧୁବାବୁ ସମ୍ମିଳନୀ କକ୍ଷରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଦସ୍ୟମାନେ ଏପିପି ରଞ୍ଜିତା ସ୍ୱାଇଁଙ୍କ ଅନ୍ୟତ୍ର ବଦଳି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି।
ଏ ନେଇ ଡିପିପି ଗତ ୨୭ ତାରିଖରେ ଏପିପି ରଂଜିତା ସ୍ୱାଇଁଙ୍କ ଠାରୁ ସମସ୍ତ କାର୍ଯ୍ୟକୁ ଆଣି ନନ୍ କ୍ୟାଡର ଏପିପି ସନ୍ତୋଷ କୁମାର ଦେହୁରୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଚିଠିକୁ ତାଳଚେର ଓକିଲ ସଂଘର ସଭାପତିଙ୍କ ପାଖକୁ ପଠାଇଥିଲେ। ଏହି ଚିଠି ଉପରେ ଆଜି ଏକ ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ସଂଘର ବରିଷ୍ଠ ସଦସ୍ୟ ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ, ହରେକୃଷ୍ଣ ପାତ୍ର, ଦୟାସାଗର ମିଶ୍ର, ଚିତ୍ତରଞ୍ଜନ ରାଉତ, ସୁଶାନ୍ତ ସାହୁ, ଅଖିଳ କୁମାର ସାମଲ, ଶମ୍ଭୁନାଥ ବେହେରା, ମାନସ କୁମାର ପରିଡା, ପରମା ବିଳାସ ଓ ଅନ୍ୟ ସଦସ୍ୟମାନେ ମତସାବ୍ୟସ୍ତ କରିଥିଲେ।
ସଭାରେ ସାଧାରଣ ସଂପାଦକ ଦୀନବନ୍ଧୁ ସାହୁ, ସହ ସଂପାଦକ ଚିନ୍ମୟ ରାଏ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗ୍ରା, ସେମିନାର ସଂପାଦକ ଲଳିତାମଣି ନାଏକ, କୋଷାଧ୍ୟକ୍ଷ କରୁଣାକର ନାୟକ, ସମୀକ୍ଷକ ବବିତା ଦାସ ଓ ଅନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ଥିଲେ।