ଆତ୍ମନିର୍ଭରଶୀଳ ହେବେ ମାନସିକ ବିକାରମୁକ୍ତ ମହିଳା, ତାଲିମ ଦେଉଛି ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ

You are currently viewing ଆତ୍ମନିର୍ଭରଶୀଳ ହେବେ ମାନସିକ ବିକାରମୁକ୍ତ ମହିଳା, ତାଲିମ ଦେଉଛି ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ମିଶନ ଆଶ୍ରାର ମିଳିତ ସହଯୋଗରେ ସାଧାରଣ ଉଦ୍ୟୋଗିକ ବିକାଶର ୬ ଦିନିଆ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଛି। ଏ ଅବସରରେ ୨୫ ଜଣ ସୁସ୍ଥ ହେଇଥିବା ମାନସିକ ବିକାରଗ୍ରସ୍ତ ଝିଅ ଓ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ଝିଅମାନଙ୍କୁ ମହମବତୀ, ଫିନାଇଲ, ଡିଟରଜେଣ୍ଟ, ନୀଳ, ଅଳତା ତିଆରି ଏବଂ ଛତୁ ଚାଷ ଇତ୍ୟାଦିର ଶିକ୍ଷା ଦିଆଯାଇଛି।

ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସମ୍ପାଦକ ବାପି ମହାନ୍ତି ଓ ତାଳଚେରର ବିଶିଷ୍ଟ ସମାଜ ସେବୀ ରଞ୍ଜିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁସ୍ଥ ହୋଇଥିବା ଝିଅ ଓ ମହିଳାମାନେ କିପରି ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବେ, ସେ ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ୟୁକୋ ଆର.ସେ.ଟିର ପ୍ରଶିକ୍ଷକ ରାମ ପ୍ରସାଦ ସାହୁ, ତାଳଚେର ମିଶନ ଆଶ୍ରାର ପରିଚାଳକ ମୋନିକା ଶର୍ମାଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply