କଙ୍କରାଇ ଠାରେ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପାଇଁ ଜନଶୁଣାଣି ଆୟୋଜିତ, କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ସୁବିଧା ଦେବାକୁ ନିଷ୍ପତ୍ତି

You are currently viewing କଙ୍କରାଇ ଠାରେ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପାଇଁ ଜନଶୁଣାଣି ଆୟୋଜିତ, କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ସୁବିଧା ଦେବାକୁ ନିଷ୍ପତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଙ୍କରାଇ ଗ୍ରାମ ପିଢଖମଣ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପଡିଆରେ ପ୍ରସ୍ତାବିତ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପ୍ରକଳ୍ପ ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଶୁକ୍ରବାର ଆୟୋଜିତ ହୋଇଛି। ଏହି ଶୁଣାଣି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା।

ଶୁଣାଣିରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ରମେଶ କୁମାର ଏକ୍କା ଉପସ୍ଥିତ ଥିଲେ। କଙ୍କରାଇ, ପିଢଖମଣ, ବାଲିଚନ୍ଦ୍ରପୁର, ରାଇଝରଣ, କାଉଁଶି ଢିପ, ଗୋଳାଗାଡିଆ, ତାଳଚେର ତହସିଲର ଛୋଟବେରେଣୀ, କୁମୁଣ୍ଡା, ଭାଲୁଗାଡିଆ, ବାଘୁଆବୋଲ ଏବଂ ଜୟପୁର ସଂରକ୍ଷିତ ଜଙ୍ଗଲ ସହିତ ଗ୍ରାମାଞ୍ଚଳର ୧୧୧୧.୮୫ ହେକ୍ଟର ସରକାରୀ ଓ ବେସରକାରୀ ଜମିରେ ଏହି ଖଣି ଖନନ କରିବାର ଯୋଜନା ରହିଛି। ଖଣିରୁ ବାର୍ଷିକ ୨୫ ମିଲିଅନ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା କୁହାଯାଇଥିଲା। 

ଜନ ଶୁଣାଣିରେ କ୍ଷତିଗ୍ରସ୍ତ ଶତାଧିକ ପ୍ରଜାମାନଙ୍କ ମଧ୍ୟରୁ ୧୬ଜଣ ନିଜ ନିଜ ଅଭିଯୋଗ କହିଥିଲେ। ୧୮ ବର୍ଷରୁ ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇ ଶୁଣାଣି ହୋଇଥିବା ଜଣାଯାଇଛି।

Share

Leave a Reply