ଆଠମଲ୍ଲିକର ପୂର୍ବତନ ଏନଏସି ଚେୟାରମ୍ୟାନ ନରେଶ ଦୀପଙ୍କ ପରଲୋକ, ଦୀର୍ଘଦିନ ହେଲା ଥିଲେ ଅସୁସ୍ଥ

You are currently viewing ଆଠମଲ୍ଲିକର ପୂର୍ବତନ ଏନଏସି ଚେୟାରମ୍ୟାନ ନରେଶ ଦୀପଙ୍କ ପରଲୋକ, ଦୀର୍ଘଦିନ ହେଲା ଥିଲେ ଅସୁସ୍ଥ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଟାଙ୍ଗିଆ ସାହି ନିବାସୀ ଆଠମଲ୍ଲିକ ଏନଏସି ର ପୂର୍ବତନ ଚେୟାରମ୍ୟାନ ନରେଶ ଦୀପଙ୍କର ଆଜି ପରଲୋକ ଘଟିଛି। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଆଠମଲ୍ଲିକରେ ଶୋକର ଛାୟା ଖେଳି ଯାଇଛି।

ନରେଶ ଜଣେ ସରଳ, ନିଷ୍କପଟ, ପରୋପକାରୀ ବ୍ୟକ୍ତି ଥିଲେ। ସେ ଚେୟାରମ୍ୟାନ ଥିବା ସମୟରେ ଆଠମଲ୍ଲିକ ଅଞ୍ଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଆଠମଲ୍ଲିକର ଏନଏସି ଚେୟାରମ୍ୟାନ ଆଶା କୁମାରୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି।

Share

Leave a Reply