ପାଳଲହଡ଼ାରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ, ମେଡିକାଲରେ ରୋଗୀଙ୍କୁ ବଣ୍ଟାଗଲା ଫଳ

You are currently viewing ପାଳଲହଡ଼ାରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ, ମେଡିକାଲରେ ରୋଗୀଙ୍କୁ ବଣ୍ଟାଗଲା ଫଳ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିବସ ପାଳିତ ହୋଇଛି। ପାଳଲହଡାର ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀର ସମସ୍ତ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏ ଅବସରରେ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରାଯାଇଥିଲା।

କାର୍ଯ୍ୟକ୍ରମରେ ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ବରିଷ୍ଠ ବିଜେଡି ନେତା ହେମନ୍ତ ଦାସ, ଦିଲ୍ଲୀପ ଉଦାବଳ, ନରେନ୍ଦ୍ର ଭୁକ୍ତା, ରଞ୍ଜିତ ସାମଲ, ପ୍ରତାପ ସାମଲ ପ୍ରମୁଖଙ୍କ ସହିତ ବହୁ ଦଳୀୟ କର୍ମୀ ଯୋଗଦାନ କରିଥିଲେ।

Share

Leave a Reply