ସାଇକଲ ଚଲାଇ ବୁଲିଲେ ନିର୍ବାହୀ ଅଧିକାରୀ: ପରଖିଲେ ସଫେଇ କାମ

You are currently viewing ସାଇକଲ ଚଲାଇ ବୁଲିଲେ ନିର୍ବାହୀ ଅଧିକାରୀ: ପରଖିଲେ ସଫେଇ କାମ

ଅନୁଗୁଳ: ଗତ ତିନି ହେବ ଅନୁଗୁଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ବଡି ଭୋରରୁ ସାଇକଲ ଚଳାଇ ନଗର ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି।ପ୍ରତ୍ୟେକ ଦିନ ସକାଳ ପାଞ୍ଚଟା ରୁ ଅଫିସ ଆସି ୱାକିଟକି ଓ ଫୋନ୍ ଯୋଗେ ସଫେଇ କାମ ଯାଞ୍ଚ କରୁଥିବା ଶ୍ରୀ ତ୍ରିପାଠୀଙ୍କୁ ଏବେ ସାଇକଲରେ ବୁଲୁଥିବା ଦେଖି ଅଳସୁଆ କର୍ମଚାରୀ ଛାନିଆ ହୋଇ ପଡିଛନ୍ତି।

ବଡ଼ି ଭୋରରୁ ଝାଡୁଦାର, ସୁପରଭାଇଜର୍, ସ୍ଵଚ୍ଛ ସାଥୀ,ସଫେଇ।ମିତ୍ର, ଅଳିଆ ଗାଡ଼ି ଚାଳକ ମାନଙ୍କୁ ଦେଖିବାକୁ ମିଳେ।ଏମାନେ କାମ ଠିକ୍ କରୁଛନ୍ତି କି ନାହିଁ ତାହା ପରଖିବା ପାଇଁ ନିର୍ବାହୀ ଅଧିକାରୀଙ୍କ ଏ ସାଇକଲ ଅଭିଯାନ ଏବେ ବେଶ ଚର୍ଚ୍ଚାରେ ଅଛି। ଖାଲି ସେତିକି ନୁହେଁ ରାସ୍ତା ଜବର ଦଖଲ କରୁଥିବା ଅମାନିଆ ଦୋକାନୀଙ୍କୁ ତାଗିଦ୍ କରିବା ଆବଶ୍ୟକ ବେଳେ ଟାସ୍କଫୋର୍ସ୍ ସହାୟତାରେ ସେମାନଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି। ୨୦୨୫ ରେ ବିଭିନ୍ନ କାମ ପାଇଁ ଚର୍ଚ୍ଚାରେ ଥିବା ଶ୍ରୀ ତ୍ରିପାଠୀ ୨୦୨୬ ରେ କିଭଳି ପୌର ପ୍ରଶାସନର ମଙ୍ଗ ସଜାଡୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share

Leave a Reply