ଅନନ୍ତ ଡିଏଭିରେ ଗଦ୍ୟ ସମ୍ରାଟ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ

You are currently viewing ଅନନ୍ତ ଡିଏଭିରେ ଗଦ୍ୟ ସମ୍ରାଟ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି।

ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବ୍ୟାସକବିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଛାତ୍ରୀ ଯାଜ୍ଞସେନୀ ସାହୁ ଗଦ୍ୟ ସମ୍ରାଟ ଫକୀରମୋହନଙ୍କ ଜୀବନୀ ଓ କୃତି ସମ୍ପର୍କରେ ବକ୍ତୃତା ଦେଇଥିଲେ। ସେହିପରି ଶିକ୍ଷକ କରୁଣାକର ସାହୁ ଫକୀରମୋହନଙ୍କ ଜୀବନୀ ଆଧାରିତ ଏକ କ୍ଵିଜ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

କ୍ଵିଜରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୁଧାଂଶୁ କୁମାର ସ୍ଵାଇଁ, ବରିଷ୍ଠ ଶିକ୍ଷକ ଡକ୍ଟର ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।

Share

Leave a Reply