ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର ମାନେ ଚୋରି କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଚୋରି ହୋଇଥିବା ସିଲିଂ ଫ୍ୟାନ୍ ଗୁଡିକର ମୂଲ୍ୟ କେତେ ହେବ ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଚୋର ମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।
ସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ
- Post published:January 4, 2026
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau


