ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

You are currently viewing ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ:  ଅନୁଗୁଳ ଜିଲ୍ଲା ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ବିବିଏ, ବିସିଏ ଓ ଯୁକ୍ତ ତିନ କମ୍ପ୍ୟୁଟର ସାଇନ୍ସ ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।  ଅଧ୍ୟକ୍ଷ ପ୍ରାଣବନ୍ଧୁ ସାହୁ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସଭାରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ସହିତ ସଭାରେ ଶେଷ ବର୍ଷ ଛାତ୍ରଛାତ୍ରୀ ମାନେ ତିନି ବର୍ଷର ଅଭିଜ୍ଞତା ଓ ଅନୁଭୂତି ଜଣାଇଥିଲେ। ପରିଶେଷରେ ମହାବିଦ୍ୟାଳୟ ଚେୟାରମ୍ୟାନ ଅଭୟ କୁମାର ସାହୁ  ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟ କାମନା କରିବା ସହ ନୂତନ ଶିକ୍ଷା ପଦ୍ଧତିରେ ବୃତ୍ତିଗତ ଶିକ୍ଷାର ଚାହିଦା ବିଷୟରେ ପିଲା ମାନଙ୍କୁ ଅବଗତ କରାଇଥିଲେ।

Share

Leave a Reply