ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କଲେ ଆଠମଲ୍ଲିକ ଓକିଲସଂଘର କର୍ମକର୍ତ୍ତା

You are currently viewing ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କଲେ ଆଠମଲ୍ଲିକ ଓକିଲସଂଘର କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଏଡିଜେ) ଭାବେ କାର୍ଯ୍ୟରତ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତାଙ୍କର କଟକ ବଦଳି ହୋଇଛି। ଶନିବାର ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଚୌଧୁରୀ ନିଜ ଅନୁଭୂତିକୁ ପ୍ରକାଶ କରି ବେଶ୍ ଭାବବିହ୍ଵଳ ହୋଇପଡ଼ିଥିଲେ। ଓକିଲସଂଘ ପକ୍ଷରୁ ତାଙ୍କୁ ଶାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପୋକସୋ ଅତିରିକ୍ତ ଜିଲ୍ଲା ଜଜ ସୌମ୍ୟା ଶୁଭଦର୍ଶିନୀ, ଆଠମଲ୍ଲିକ ସବ ଜଜ୍ ଶୁଭଙ୍କର ମିଶ୍ର, ଉପସଭାପତି ଉଗ୍ରସେନ ସେଠୀ, ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, କୋଷାଧ୍ୟକ୍ଷ ବିଶ୍ୱସୁନ୍ଦର ଶତପଥୀ, ଅତିରିକ୍ତ ପବ୍ଲିକ ପ୍ରୋସିକ୍ୱିଟର ଅସିତ ରଞ୍ଜନ ଦେଓ, ସ୍ୱତନ୍ତ୍ର ଅତିରିକ୍ତ ପବ୍ଲିକ ପ୍ରୋସିକ୍ୱିଟର ଅନ୍ତର୍ଯ୍ୟାମୀ ରାଉଳ, ସରକାରୀ ଓକିଲ ରଞ୍ଜନ କୁମାର ବେହେରା, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବିଦ୍ୟୁତ କୁମାର ପାଣିଗ୍ରାହୀ, ଭବାନୀ ଜ୍ୟୋତିଷରାୟ, ଅବନୀ କୁମାର ଆଚାର୍ଯ୍ୟ, ସୁଧାଂଶୁ ଶତପଥୀ, ସୁନୀଲ କୁମାର ଶାସନି, ଗଣେଶ ଚନ୍ଦ୍ର କର୍ମୀ, ଅଲେଖ ଚନ୍ଦ୍ର କର୍ମୀ, ପୀତବାସ ସାହୁ, ମାଧବ ଚନ୍ଦ୍ର ସାହୁ, ବିନାୟକ ଗୋଦୁକା, ସୁନୀଲ କୁମାର ପ୍ରଧାନ ଙ୍କ ସମେତ ଅନେକ ଆଇନଜୀବୀ ଉପସ୍ଥିତ ଥିଲେ।

Share

Leave a Reply