ପୂର୍ବ ଶତ୍ରୁତା ହେଲା କାଳ! ଯୁବକଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

You are currently viewing ପୂର୍ବ ଶତ୍ରୁତା ହେଲା କାଳ! ଯୁବକଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଜରଡା ଗ୍ରାମର ଭୀମ ବେହେରାଙ୍କ ପୁଅ ବାପି ବେହେରା (୨୬)।

ସୂଚନା ମୁତାବକ, ଗତ କାଲି ସନ୍ଧ୍ୟା ସମୟରେ କିଛି ଯୁବକ ଆସି ବାପିଙ୍କ ସହ ଝଗଡ଼ା କରିବା ସହ ମାଡ଼ ମାରିଥିଲେ। ଏନେଇ ଜରପଡ଼ା ଥାନାରେ ବାପିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ସେହି ଯୁବକମାନେ ବାପିଙ୍କ ପରିବାର ଲୋକଙ୍କୁ ଅଭିଯୋଗ ନ ଉଠାଇଲେ ହାଣି ଦେବୁ ବୋଲି ଧମକ ଦେଇଥିଲେ।

ଆଜି ସକାଳେ ବାପି ଘରେ ଥିବା ବେଳେ ସେହି ଯୁବକମାନେ ବାଇକରେ ଆସି ବାପିଙ୍କୁ ଗୋଡାଇ ଗୋଡାଇ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।। ଗୁରୁତର ଅବସ୍ଥାରେ ବାପିଙ୍କୁ ପରିବାର ଲୋକ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ନେଇଛନ୍ତି। ତାଙ୍କ ଗୋଡ଼, ଅଣ୍ଟା, ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏ ନେଇ ବାପିଙ୍କ ସ୍ତ୍ରୀ ଜରପଡ଼ା ଥାନାରେ ଆଉ ଏକ ଅଭିଯୋଗ କରିଥିବା ଜଣାଯାଇଛି।

Share

Leave a Reply