ଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

You are currently viewing ଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କ ପୌରୋହିତ୍ୟରେ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ ସହ ଯୋଡ଼ି ହେବାକୁ ଆହ୍ୱାନ କରିଛନ୍ତି।

ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ସହ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ହେଉଛି ବିଜେପିର ଉଦ୍ଦେଶ୍ୟ। ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡି ବିଜେପିକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ବୋଲି ସମୀକ୍ଷା ବୈଠକରେ ଜିଲ୍ଲା ସଭାପତି କହିଛନ୍ତି।

କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ସଦସ୍ୟତା ସଂଯୋଜକ ଦିଲ୍ଲୀପ ପ୍ରଧାନ, ସହ ସଂଯୋଜକ ସୁଦିପ ଗଡ଼ନାୟକ, ପ୍ରମିମା ମିଶ୍ର, ପର୍ଶୁରାମ ବାରିକ, ଭବାନୀ ଜ୍ୟୋତିଷ ରାୟ, ଜିଲ୍ଲା ଉପସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ, ଅର୍ଜୁନ ସାହୁ, ବିଶ୍ୱଜିତ ମିଶ୍ର, ଚନ୍ଦନ ସ୍ୱରାଜ, ସୁଜାତା ଦାସ, ବସନ୍ତ ମଞ୍ଜରୀ ପ୍ରଧାନ, ରୋଜାଲିନ ଦାସ, ଶୁଚିସ୍ମିତା ତ୍ରିପାଠୀ, ନମିତା ଦଳ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି ମଣ୍ଡଳ ସଦସ୍ୟତା ସଂଯୋଜକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply