ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା’କୁ ପଡ଼ୋଶୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

You are currently viewing ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା’କୁ ପଡ଼ୋଶୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

ଅନୁଗୁଳ: ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା’କୁ ଆକ୍ରମଣ କରିଛନ୍ତି ପଡ଼ୋଶୀ। ଏନେଇ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି ନୂଆହତା ପଞ୍ଚାୟତର ଅନ୍ନପୂର୍ଣ୍ଣା ଗୋଚ୍ଛାୟତ।

ଅଭିଯୋଗ ମୁତାବକ, ଅନ୍ନପୂର୍ଣ୍ଣା ଗୋଚ୍ଛାୟତ ନିଜ ଘର ତିଆରି କରୁଥିବା ବେଳେ ନେତ୍ରାନନ୍ଦ ଗୋଚ୍ଛାୟତଙ୍କ ପୁଅ ବୁନୁ ଗୋଚ୍ଛାୟତ ଓ ସ୍ତ୍ରୀ ଅର୍ଚ୍ଚନା ଗୋଚ୍ଛାୟତ କାହିଁକି ଘର ତିଆରି କରୁଛୁ କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଅନ୍ନପୂର୍ଣ୍ଣା ବିରୋଧ କରିବାରୁ ସେମାନେ ଏକ ଲୁହା ପାଇପ୍ ରେ ଆକ୍ରମଣ କରିଥିଲେ।

ଏହା ଦେଖି ଅନ୍ନପୂର୍ଣ୍ଣାଙ୍କ ଭିନ୍ନକ୍ଷମ ଝିଅ ସୁନିତା ଆସି ମା’କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ସେ ବି ଆକ୍ରମଣର ଶିକାର ହୋଇଥିଲେ। ଉଭୟ ମା ଓ ଝିଅଙ୍କୁ ଲହୁଲୁହାଣ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୁନୁ। ମା ଓ ଝିଅ ଘଟଣାସ୍ଥଳରୁ ଦୌଡ଼ି ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply