ଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

You are currently viewing ଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

ଅନୁଗୁଳ: ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ। ଏଠାକାର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ଟ୍ରେନ ଲାଇନ କଡ଼ରୁ ମିଳିଛି।

ସୂଚନାନୁଯାୟୀ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା। ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ତେବେ ସବୁଠୁ ଦୁଃଖର ବିଷୟ ହେଉଛି ଆଜି ସୁରଥଙ୍କ ଝିଅର ବାହାଘର ଥିଲା। ମାତ୍ର ବାହାଘର କିଛିଘଣ୍ଟା ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡୁଛି।

Share

Leave a Reply