ପୋଖରୀରେ ଗାଧେଇବା ବେଳେ ପୁଅ ଆଗରେ ବାପାଙ୍କ ଦୁଃଖଦ ମୃତ୍ୟୁ

You are currently viewing ପୋଖରୀରେ ଗାଧେଇବା ବେଳେ ପୁଅ ଆଗରେ ବାପାଙ୍କ ଦୁଃଖଦ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବରପଦା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ପଞ୍ଚୁ ବେହେରା ନାମକ ଜଣେ ବ୍ୟକ୍ତି ପୋଖରୀରେ ଗାଧେଇବା ବେଳେ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି ।

ସୂଚନା ଅନୁଯାୟୀ, ବାପା ପଞ୍ଚୁ ବେହେରା ତାଙ୍କ ପୁଅ ଟିକନ ବେହେରା ସହ କାମରୁ ଘରକୁ ଫେରୁଥିବା ବେଳେ ଗାଁର ହଜାରୀ ପୋଖରୀରେ ଗାଧେଇବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁଅ ଟିକନ ଘଟଣା ସ୍ଥଳରେ ବହୁ ଖୋଜାଖୋଜି ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଓ ଗ୍ରାମବାସୀଙ୍କ ଚେଷ୍ଟାରେ ୨ ଘଣ୍ଟା ଖୋଜାଖୋଜି ପରେ ପଞ୍ଚୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Share

Leave a Reply