ବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

You are currently viewing ବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

ଅନୁଗୁଳ: ରସିକିଆ ଶ୍ୱଶୁରର ଲଜ୍ଜିତ କାଣ୍ଡ। ବୟସର ଅପରାହ୍ନରେ ପୂଜା ପାଠ କରିବା ସମୟରେ ବୃଦ୍ଧ ଶ୍ୱଶୁରଙ୍କ ନଜର ବୋହୂ ଉପରେ। ବୋହୂକୁ ଅସଦାଚରଣ କରି ଆଜି ବନ୍ତଳା ଥାନା ବଡ଼କନ୍ତକୂଳ ଗାଁର ୭୩ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ବି ଦୁଇ ତିନି ଥର ସେ ବୋହୂକୁ ଖରାପ ବ୍ୟବହାର କରିଛନ୍ତି। କିନ୍ତୁ ଏଥରକ ବୋହୂ ଅତିଷ୍ଠ ହୋଇ ଶ୍ୱଶୁରଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଶ୍ୱଶୁର ହେଉଛନ୍ତି ଗାଁର କାର୍ତ୍ତିକ ସାହୁ।

ବୋହୂ ମାମିଲତା ସାହୁ(୩୫)ଙ୍କ ଅଭିଯୋଗ ମୁତାବକ, ଶ୍ୱଶୁର କାର୍ତ୍ତିକ ସାହୁ ମଙ୍ଗଳବାର ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ବର୍ଚ୍ଛା ଧରି ଜୀବନରେ ମାରିଦେବାକୁ ଗୋଡ଼ାଇଥିଲେ। ଏହାପରେ ତାଙ୍କୁ ସ୍ତ୍ରୀ କରି ରଖିବେ ଓ କିଛି ଅସୁବିଧା ହେବନାହିଁ ବୋଲି କହିଥିଲେ।

ତେବେ ପୂର୍ବରୁ ମଧ୍ୟ ଶ୍ୱଶୁର ତାଙ୍କୁ ଅଶାଳୀନ ଢଙ୍ଗରେ ବିଭିନ୍ନ ଆଳ ଦେଖେଇ ଅନେକ ଥର ସ୍ପର୍ଶ କରିଛନ୍ତି। ଏମିତିକି ତାଙ୍କ ସାମ୍ନାରେ ଜାଣି ଶୁଣି ଉଲଗ୍ନ ବି ହୋଇଥିବା ନେଇ ବୋହୂ ମାମିଲତା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଆଜି ରସିକିଆ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply