ତିନି ବର୍ଷ ତଳୁ ଫେରାର ଅଭିଯୁକ୍ତ ଗିରଫ, ଘର ପୋଡ଼ିଥିବା ନେଇ ହୋଇଥିଲା ଅଭିଯୋଗ

You are currently viewing ତିନି ବର୍ଷ ତଳୁ ଫେରାର ଅଭିଯୁକ୍ତ ଗିରଫ, ଘର ପୋଡ଼ିଥିବା ନେଇ ହୋଇଥିଲା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଆଜି ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର ଅଭିଯୁକ୍ତ ହେଲେ ପୋଡ଼ାଗଡ଼ ଗ୍ରାମର ଯାତ୍ରାକର ସାହୁ (୫୦)।

ସୂଚନା ମୁତାବକ, ତିନି ବର୍ଷ ପୂର୍ବରୁ ଯାତ୍ରାକର ସେହି ଗ୍ରାମର ଲିଲୋତ୍ତମା ସାହୁଙ୍କ ଘର ପୋଡ଼ି ଦେବା ସହ ମରଣାନ୍ତକ ଆକ୍ରମଣ କରିଥିବା ନେଇ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ରେଙ୍ଗାଳି ଥାନାରେ କେସ ନଂ ୬/୨୧ ରେ ମାମଲା ରୁଜୁ ହୋଇଥିଲା। ଆଜି ରେଙ୍ଗାଳି ପୋଲିସ ଫେରାର ଅଭିଯୁକ୍ତ ଯାତ୍ରାକର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଆଇଆଇସି ଜୟନ୍ତ ମହାନ୍ତି ସୂଚନା ଦେଇଛନ୍ତି।

Share

Leave a Reply