ଜେଲରୁ ଫେରାର କଏଦୀ ଗିରଫ

You are currently viewing ଜେଲରୁ ଫେରାର କଏଦୀ ଗିରଫ

ଅନୁଗୁଳ: ପାଳଲହଡା ଜେଲରୁ ସୋମବାର ସନ୍ଧ୍ୟାରେ ଫେରାର ଦୁଇ କଏଦୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଫେରାର ନେଣ୍ଟୁ ନାଏକକୁ ପୋଲିସ ଖମାର ଓଡ଼ଶ ତା’ ନିଜ ଗାଁରେ ବୁଲୁଥିଲା ବେଳେ ଗିରଫ କରିଛି। ଖମାର ପୋଲିସ ତାକୁ ଗିରଫ କରିବା ପରେ ପାଳଲହଡା ପୋଲିସକୁ ହସ୍ତାନ୍ତର କରିଥିବା ଖମାର ଥାନା ଅଧିକାରୀ ପ୍ରଶାନ୍ତକୁମାର ପଢ଼ିଆରୀ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ନେଣ୍ଟୁ ୩୦୭ ଦଫାରେ ଖମାର ଥାନାରୁ ଗିରଫ ହୋଇ ପାଳଲହଡା ଜେଲରେ ସଜା କାଟୁଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜରିରହିଛି।

Share

Leave a Reply