କଣିହାଁରୁ ୫୪ ଗ୍ରାମ୍ ଧଳା ଜହର ଜବତ, ଦୁଇ ଅଟକ

You are currently viewing କଣିହାଁରୁ ୫୪ ଗ୍ରାମ୍ ଧଳା ଜହର ଜବତ, ଦୁଇ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଣ୍ତସିଂହା ଗ୍ରାମରେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗୁରୁବାର ଅତର୍କିତ ଚଢ଼ାଉ କରାଯାଇ ୫୪ ଗ୍ରାମ୍ ଧଳା ଜହର ଜବତ ହୋଇଛି।

ଏନଟିପିସି ଓ କଣିହାଁ ପୁଲିସ ପକ୍ଷରୁ ସକାଳୁ ଦଣ୍ଡସିଂହା ଗାଁରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର, ନଗଦ ଟଙ୍କା ଜବତ କରାଯାଇଛି। ଚଢ଼ାଉ ବେଳେ ପ୍ରାୟ ୫୪ଗ୍ରାମ୍ ବ୍ରାଉନସୁଗାର ସହିତ ୪୮ହଜାର ୭ ଶହ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ପାଖରୁ ଏକ କାର୍, ବୁଲେଟ ମଧ୍ୟ ଜବତ ହୋଇଛି। ଏଥି ସହିତ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ।

Share

Leave a Reply