ଜିଲ୍ଲାରେ ଆରମ୍ଭ ହେଲା ଫାଇଲେରିଆ ଔଷଧ ସେବନ

You are currently viewing ଜିଲ୍ଲାରେ ଆରମ୍ଭ ହେଲା ଫାଇଲେରିଆ ଔଷଧ ସେବନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗୁରୁବାର ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରୁ ଫାଇଲେରିଆ ରୋଗର ନିରାକରଣ ପାଇଁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥ ଭାବେ ଯୋଗଦେଇ ଏହି ଔଷଧ ନିଜେ ସେବନ କରି ଶୁଭାରମ୍ଭ କରିଥିଲେ। ଫାଇଲେରିଆ ରୋଗ ଆମର ଆର୍ଥିକ ଓ ସାମାଜିକ ସ୍ଥିତିରେ ବିଶେଷ ପ୍ରଭାବ ପକାଉଥିବାରୁ ଏହାର ନିରାକରଣ ପାଇଁ ସମସ୍ତଙ୍କର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଫାଇଲେରିଆ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କୀଟ ବିଜ୍ଞାନ ପରାମର୍ଶଦାତା ଡା ଅରୁଣ ସିବାନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଇଲେରିଆ ରୋଗର ପୃଷ୍ଠଭୂମି, ଲକ୍ଷଣ ଓ ଏହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଆଶା ଓ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଏହି ବଟିକା ଲୋକମାନଙ୍କୁ ଖୁଆଇବେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା ଓ ଡା ପୂର୍ଣ୍ଣିମା ଉଦଗାତାଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ।

Share

Leave a Reply