ନାବାଳିକାକୁ ଅପହରଣ କରି ହୋଟେଲରେ ଅସଦାଚରଣ ପରେ ଛାଡ଼ିଦେଲା ଯୁବକ, ଥାନାରେ ମାମଲା

You are currently viewing ନାବାଳିକାକୁ ଅପହରଣ କରି ହୋଟେଲରେ ଅସଦାଚରଣ ପରେ ଛାଡ଼ିଦେଲା ଯୁବକ, ଥାନାରେ ମାମଲା

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ଅସଦାଚରଣ କରାଯାଇଥିବା ନେଇ ନେଇ ବାଗଡିଆ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବାଗଡିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଛେଣ୍ଡିପଦା ଥାନା ତେଣ୍ଟୁଲୋଇ ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେବା ସହିତ ଏକ ହୋଟେଲରେ ରଖି ଅସଦାଚରଣ କରିଥିଲା। ପରେ ଯୁବକ ଜଣକ ନାବାଳିକାଙ୍କୁ ଅନୁଗୁଳରେ ଛାଡି ଫେରାର ହୋଇଯାଇଥିଲା।
ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏତଲା ପରେ ବାଗଡିଆ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply