ପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

You are currently viewing ପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପିତାବଳିବାହାଳ ଗାଁରେ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ହୋଇଛି। ପୀଡ଼ିତା ହେଲେ ସୁନିତା ସାହୁ।

ସୁନିତା ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ନଗେନ ସାହୁ ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଛନ୍ତି। ତାଙ୍କ ଅଭିଯୋଗ ପରେ ଶୁକ୍ରବାର ଦିନ ଠାକୁରଗଡ଼ ଥାନା ପୋଲିସ ୧୫୪/୨୪ ରେ ଏକ ମାମଲା ରୁଜୁ କରିଛି। ପୋଲିସ କହିଛି କିଛି ବର୍ଷ ହେବ ନଗେନ ଯୌତୁକ ପାଇଁ ସୁନିତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ସୁନିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share

Leave a Reply