ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଚାନକ ଚଢ଼ଉ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢ଼ଉରେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅଡିଟ୍ କରାଯାଇଛି।

ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ, ଚିକିତ୍ସାଳୟର କର୍ମଚାରୀମାନେ ଅଗ୍ନି ନିରାପତ୍ତା ବିଷୟରେ କେମିତି କାର୍ଯ୍ୟ କରୁଛନ୍ତି, ସେ ସବୁ ବିଷୟରେ ଯାଞ୍ଚ କରାଯାଇଥିଲା। ଏଥିସହ ଜିଲ୍ଲା ଚିକିତ୍ସାଳୟ କର୍ମଚାରୀଙ୍କୁ ଟ୍ରେନିଂ ଦିଆ ଯାଇଥିଲା। ନିଆଁ ଲାଗିଲେ କେମିତି ଲିଭାଇବେ ସେ ନେଇ ମଧ୍ୟ ଡେମୋନଷ୍ଟ୍ରେସନ କରି ଆଗ୍ନିକମାନେ ଶିକ୍ଷା ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ।

Share

Leave a Reply