ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

You are currently viewing ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଅନୁଗୁଳ: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ନିଆଁ ଲାଗି ଡାକ୍ତରୀ ଉପକରଣ ସହିତ ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଡାକ୍ତରଖାନାର ପ୍ରସୂତୀ ଗୃହରେ ନିଆଁ ଲାଗିଥିବା ସୁରକ୍ଷା କର୍ମୀ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ରୁମରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ରୋଗୀ କିମ୍ୱା କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଦେଶ ପରେ ଏ.ଡି.ଏମ.ଓ (ମେଡିକାଲ) ଛେଣ୍ଡିପଦା ଗସ୍ତ କରିଥିବା ଜଣାପଡିଛି। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ହସ୍ପିଟାଲ ମୁଖ୍ୟ କହିଛନ୍ତି।

Share

Leave a Reply