ସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

You are currently viewing ସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୨ଟା ୩୦ମିନିଟ ସମୟରେ ସର୍ଟ ସର୍କିଟ ଯୋଗୁ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଖବର ପାଇ କଣିହାଁ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ଏନଟିପିସି ପ୍ରକଳ୍ପର ଗୋଟିଏ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ତିନି ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଫଳରେ ବ୍ୟାଙ୍କରେ ଥିବା ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି।

Share

Leave a Reply