ବେଆଇନ ବାଲି ବୋଝେଇ ୧୦ ଟ୍ରକ୍ ଜବତ

0

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ବୁଢ଼ାପାଳ ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ଛେଣ୍ଡିପଦା ପୁଲିସ ସୋମବାର ୧୦ଟି ବାଲି ବୋଝେଇ ଟ୍ରକ୍ ଜବତ ରଖିଛି । ଗାଡ଼ିଗୁଡ଼ିକ ଥାନାକୁ ଅଣାଯାଇଥିବା ବେଳେ ଏ ସଂକ୍ରାନ୍ତରେ ୧୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ବାଲି ଚାଲାଣ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି ପୁଲିସ ପ୍ରକାଶ କରିଛି। ଛେଣ୍ଡିପଦାର ଦେବଗଡ଼ ଛକ ଓ କୋଶଳା ଚନ୍ଦନନଗରଠାରେ ପୁଲିସ ଚଢ଼ଉ କରି ଗାଡ଼ିଗୁଡ଼ିକ ଧରିଥିଲା। ପ୍ରକାଶ ଯେ, ଛେଣ୍ଡିପଦା ଓ ଦେବଗଡ଼ ଜିଲ୍ଲାର ରିଆମାଳ ତହସିଲ୍ ଇଲାକା ଦେଇ ପ୍ରବାହିତ ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ସୂଚନା ପାଇ ପୁଲିସ ସୂଚନା ପାଇଥିଲା। ସୋମବାର ଦିନ ୧୨ଟା ବେଳେ ପୁଲିସ ଦେବଗଡ଼ ଛକ ଓ କୋଶଳା ଚନ୍ଦନନଗର ନିକଟରେ ଚଢ଼ଉ କରି ୧୦ଟି ଗାଡ଼ି ଜବତ କରିଥିଲା। ରାଜସ୍ୱ ବିଭାଗ ସହଯୋଗରେ କାଗଜାତ୍ ଯାଞ୍ଚ କରାଯାଉଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!