ଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

You are currently viewing ଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଗତ ଶୁକ୍ରବାର ରାତି ୧୧ ଟା ରୁ ଆରମ୍ଭ କରାଯାଇଥିଲା। ଏହି ସଫେଇ ରାତି ପ୍ରାୟ ତିନିଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କ ନିର୍ଦେଶରେ ତଥା ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ ହୋଇଥିଲା। ଭୁବନେଶ୍ୱର, ପୁରୀ ଭଳି ସହରରେ ରାତ୍ରକାଳୀନ ସଫେଇ ବ୍ୟବସ୍ଥା ରହିଛି। ବିଳମ୍ବିତ ରାତିରେ ଗାଡି ମଟର ଚଳାଚଳ କମ ଥାଏ ତେଣୁ ସଫେଇ କାମ ବିନା ବାଧାରେ ସମ୍ପନ୍ନ ହୋଇଥାଏ।

ଅନୁଗୁଳରେ ପୁରୁଣା ବସ ଷ୍ଟାଣ୍ଡରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଥମ ଥର ପାଇଁ ରାତ୍ର କାଳୀନ ସଫେଇ ବ୍ୟବସ୍ଥାବରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ଜେସିବି, ରୋଡ଼ ସଫେଇ ମେସିନ, ୱାଟର କ୍ୟାନନ ସହ ସଫେଇ କର୍ମଚାରି ମଧ୍ୟ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ଅଧିକ ମେକାନିକାଲ ସଫେଇ ମେସିନ ଆଦି କିଣା ଯିବା ପରେ ସହରର ଅନ୍ୟାନ୍ୟ ୱାର୍ଡ ରେ ମଧ୍ୟ ରାତ୍ର କାଳୀନ ସଫେଇ କରାଯିବ।

Share

Leave a Reply