ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ନାକଚି ପଞ୍ଚାୟତ କଣ୍ଢାଳ ଗାଁରେ ମଳପଙ୍କ ବିଶୋଧନ କେନ୍ଦ୍ର,ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ମ୍ୟାଟେରିଆଲ ରିକଭରି ସେଣ୍ଟର ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏଭଳି ସୁବିଧା ଦେବାରେ କଣ୍ଢାଳ ଗ୍ରାମୀଣ ଓଡ଼ିଶାର ପ୍ରଥମ ଗାଁ ବୋଲି କୁହାଯାଉଛି।
ଏହି ମଳପଙ୍କ ବିଶୋଧନ କେନ୍ଦ୍ରରେ ଦୈନିକ ୧୦,୦୦୦ ଲିଟର ଆବର୍ଜନା ପାଣିର ବିଶୋଧନ କରାଯିବ।ସେହିଭଳି ସେଠାରେ ଦୈନିକ ୫ ମେଟ୍ରିକ୍ ଟନର ଓଦା ଅଳିଆରୁ ଖତ ତିଆରି କରାଯିବ।ସେହିଭଳି ଏମଆରଏଫରେ କଠିନ ଆବର୍ଜନା ଗୁଡ଼ିକର ବିନଷ୍ଟିକରଣ ଅବା ରିସାଇକିଲ କରାଯିବ। ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ଵାରା ପର୍ଯ୍ୟାୟକ୍ରମେ ବ୍ଲକର ସମସ୍ତ ଆବର୍ଜନାକୁ ଏଠାରେ ବିଶୋଧନ ତଥା ପୁନଃ ବ୍ୟବହାରଯୋଗ୍ୟ କରାଯାଇ ପାରିବ। ଏହାଦ୍ବାରା ବ୍ଲକର ବିଭିନ୍ନ ଅଞ୍ଚଳ ସ୍ୱଚ୍ଛ ଓ ଆବର୍ଜନା ମୁକ୍ତ ରହିପାରିବ। ଏହି ସମାରୋହରେ ଜିଲ୍ଲାପାଳଙ୍କ ବ୍ୟତୀତ ସ୍ଥାନୀୟ ଜନ ପ୍ରତିନିଧି ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।