ଅନୁଗୁଳ: କୋଭିଡ କଟକଣା ପାଳନ ନେଇ ସରକାର ଗୁରୁତ୍ବ ଦେବା ପରେ ଜିଲ୍ଲା ପ୍ରଶାସନ ଚଢ଼ଉ ଜୋରଦାର କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନ ଚଢଉ କରି ଯାଞ୍ଚ କରୁଛନ୍ତି । ବିଶେଷକରି ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ, ତାହା ଯାଞ୍ଚ ହେଉଛି । କେବଳ ଅନୁଗୁଳ ସହର ପାଇଁ ୫ ଟିମ୍ ଗଠନ କରାଯାଇ ଏହି ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ଅନୁଗୁଳ ସହରର ବିଭିନ୍ନ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନ, ବସଷ୍ଟାଣ୍ଡ ଆଦି ସ୍ଥାନରେ ଚଢଉ ହେଉଛି। ଅମାନିଆଙ୍କ ପାଖରୁ ଜୋରିମାନା ଆଦାୟ କରାଯାଉଥିଲାବେଳେ ଭିଡ ହେଉଥିବା ଦୋକାନଗୁଡିକୁ ସତର୍କ କରାଇ ଦିଆଯାଉଛି। ସେହିପରି ବଜାର ଭିତରେ ଗହଳି ରୋକିବା ପାଇଁ ବିଭିନ୍ନ ପ୍ରବେଶ ପଥରେ ବ୍ୟାରିକେଡ୍ ବାନ୍ଧିଛି ପ୍ରଶାସନ। ବଜାରରେ ଅଯଥା ଗହଳି ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଆଗକୁ କଟକଣା ଅଧିକ କଠୋର କରାଯିବ ବୋଲି କୁହାଯାଇଛି।
ଅନୁଗୁଳ ସହର ପାଇଁ ୫ ଟିମ୍
- Post published:April 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
