ଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

You are currently viewing ଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଷ୍ଟିୟରିଂ କମିଟି (DSC) ଏବଂ DPMU ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଶିକ୍ଷାର ପ୍ରାଥମିକ ସ୍ତରକୁ ସୁଦୃଢ଼ କରିବା ପାଇଁ ପ୍ରଚଳିତ ‘ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ’ (FLN) କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଗତ ଦିନର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଆଗାମୀ ତିନି ମାସ ପାଇଁ ପ୍ରସ୍ତୁତ ବିଭିନ୍ନ ଶୈକ୍ଷିକ ଯୋଜନା ଓ କାର୍ଯ୍ୟପନ୍ଥାକୁ ସେ ବୈଠକରେ ଉପସ୍ଥାପନ କରିଥିଲେ। ଉପସ୍ଥିତ ସମସ୍ତ ସଭ୍ୟଙ୍କ ସମ୍ମତିକ୍ରମେ ଏହି ପ୍ରସ୍ତାବିତ ଯୋଜନାକୁ ଅନୁମୋଦନ କରାଯାଇଥିବା ବେଳେ ଜିଲ୍ଲାପାଳ ତଥା DSC-cum-DPMU ର ଅଧ୍ୟକ୍ଷ ଏହାକୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ବୈଠକରେ କମିଟିର ସମସ୍ତ ସମ୍ମାନିତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆହୁରି ଫଳପ୍ରଦ କରିବା ପାଇଁ ନିଜ ନିଜର ମତାମତ ରଖିଥିଲେ। ପିଲାମାନଙ୍କ ମୌଳିକ ଶିକ୍ଷା ଗ୍ରହଣ ଶକ୍ତି ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଶିଶୁବାଟିକା ପ୍ରଭାରୀ ଛୋଟରାୟ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply