ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା, ଫୁଡ୍ ଲାଇସେନ୍ସ ଆବେଦନ ନେଇ ବୁଝାଇଲେ ଅଧିକାରୀ

You are currently viewing ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା, ଫୁଡ୍ ଲାଇସେନ୍ସ ଆବେଦନ ନେଇ ବୁଝାଇଲେ ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ବଅଁରପାଳ ଅଞ୍ଚଳର ପ୍ରାୟ ୧୮ ଜଣ ବ୍ୟବସାୟୀ ଯୋଗ ଦେଇଥିଲେ।

ଏ ଅବସରରେ ବ୍ୟବସାୟୀମାନେ କଣ ବ୍ୟବସାୟ କରୁଛନ୍ତି, କେମିତି କରୁଛନ୍ତି ଏବଂ ବ୍ୟବସାୟୀଙ୍କ ଫୁଡ୍ ଲାଇସେନ୍ସ ଅଛି କି ନାହିଁ ବୁଝିବା ସହିତ କେମିତି ଫୁଡ୍ ଲାଇସେନ୍ସ ଆବେଦନ କରିବେ, ସେ ବିଷୟରେ ଅବଗତ କରାଇଥିଲେ। ଏହି ମେଳାରେ ଫୁଡ୍ ଇନ୍ସପେକ୍ଟର ହରପ୍ରିୟା ବେହେରା, ଏମଟିଏସ ନୀଳାମ୍ବର ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀଙ୍କୁ ବୁଝାଇ ଥିଲେ।

Share

Leave a Reply